ସନ୍ଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ । ତେବେ ତାଙ୍କୁ ସହଯୋଗ କରିବା ନେଇ କିଛି ଦିନ ତଳେ ଦଳରୁ ବହିଷ୍କାର ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବହିଷ୍କାର ହେଲା ପରେ ମଧ୍ୟ ପାଠକ ପରିବାରକୁ ସମର୍ଥନ କରି ମନ୍ତବ୍ୟ ଦେଇଥିଲେ ପ୍ରଦୀପ । ଆଜି ଭିଜିଲାନ୍ସର ତଦନ୍ତ ବେଳେ ଆକାଶ ଓ ପ୍ରଦୀପଙ୍କ ମଧ୍ୟରେ ଟଙ୍କା କାରବାର ନେଇ ପ୍ରମାଣ ମିଳିଛି । ପ୍ରଦୀପ ପାଣିଗ୍ରୀଙ୍କ ବ୍ରହ୍ମପୁର କୋର୍ଟପେଟାରେ ଥିବା ଏକ ବ୍ୟାଙ୍କ ଆକାଂଉଟ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି । ଏହି ଆକାଉଂଟରେ ଆକାଶ ପାଠକଙ୍କ ନିକଟକୁ ଚଳିତବର୍ଷ ଅଗଷ୍ଟ ୨୫ରେ ୫ ଲକ୍ଷ ଟଙ୍କା ଯାଇଛି ।
ସେହିଭଳି ସେପେଟମ୍ବର ୨ ତାରିଖରେ ୨ ଥରରେ ୪୦ ଲକ୍ଷ ଓ ୧୦ ଲକ୍ଷ କରି ମୋଟ ୫୦ ଲକ୍ଷ ଟଙ୍କା ଟଙ୍କା ପଠାଯାଇଛି । ଏତେ ଟଙ୍କା ପଠାଇବାର କାରଣକୁ ନେଇ ସନ୍ଦେହ ଘେରରେ ଫସିଛନ୍ତି
ସେପଟେ ପ୍ରଦୀପଙ୍କ ସହ କିଛି ସଂସ୍ଥା ଓ ବ୍ୟକ୍ତିବିଶେଷ ବିପୁଳ ପରିମାଣର ଟଙ୍କା କାରବାର ହେଉଥିବା ତଥ୍ୟ ବି ସାମ୍ନାକୁ ଆସିଛି । ସେପେଟମ୍ବର ୨ ତାରିଖ ୨୦୨୦ରେ ଗୁରୁମୂର୍ତି ଅଏଲ ତରଫରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆକଂଉଟକୁ ଟଙ୍କା ଜମା କରଯାଇଛି । ଭିଜିଲାନ୍ସ ଏହି ମଝି କାରବାର ଉପରେ ପଂହଚିବା ପାଇଁ ଉଦ୍ୟମ ଆରମ୍ଭ କରିଛିା ଖାଲି ଏତିକି ନୁହେଁ ସୂର୍ଯ୍ୟ ଫିଲିଂ ଷ୍ଟେସନ ଓ ରବୀନ୍ଦ୍ର ସାହୁଙ୍କ ତରଫରୁ ବିପୁଳ ପରିଣାର ଟଙ୍କା ପ୍ରଦୀପ ପାଣିଗ୍ରାହୀଙ୍କ ଆକାଂଉଟଙ୍କୁ ପଠାଯାଇଛି ।