ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:କାଜୁକୁ ଡ୍ରାଏଫୁଟ୍କର ରାଜା ବୋଲି କୁହାଯାଏ । କାଜୁ ଏକ ଏପରି ଡ୍ରାଏ ଫୁଟ୍ସ ଯାହା ଭାରତୀୟ ବ୍ୟଞ୍ଜନରେ ଅଧିକ ବ୍ୟବହାର ହେଉଥିବାର ଦେଖାଯାଏ । ଏହା ଯେ କେବଳ ସ୍ଵାଦିଷ୍ଟ ତାହା ନୁହେଁ , ଏଥିରେ ଅନେକ ପରିମାଣର ଆବଶ୍ୟକୀୟ ଆଣ୍ଟି ଅକ୍ସିଡେଣ୍ଟ , ଭିଟାମିନ୍ , ମିନେରାଲ୍ସ ଥାଏ । ଏହା ଗମ୍ଭୀର ରୋଗରୁ ରକ୍ଷା କରିବା , ଭୋକ ହ୍ରାସ କରାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ। ଏହା ଲାଭକାରୀ ହୋଇଥିବାରୁ ଡାକ୍ତରମାନେ ମଧ୍ୟ କାଜୁ ଖାଇବାକୁ ପରାମର୍ଶ ଦିଅନ୍ତି ।
ତେବେ ପ୍ରଥମେ ବ୍ରାଜିଲ୍ରେ କାଜୁ ଚାଷ ଆରମ୍ଭ କରାଯାଇଥିଲା । ଷୋଡ଼ଶ ଶତାବ୍ଦୀରେ ପର୍ତ୍ତୁଗାଲମାନେ ଆମ ଦେଶକୁ କାଜୁ ନେଇ ଆସିଥିଲେ । ଏହାର କେତେକ ବିଷୟରେ ଆସନ୍ତୁ ଜାଣିବା ।
-
କାଜୁରେ ସ୍ୱାସ୍ଥ୍ୟକାରୀ ଓ ଭଲ କୋଲେଷ୍ଟ୍ରାଲ୍ ଥିବା ଫ୍ୟାଟ ଥାଏ । ତେଣୁ ସପ୍ତାହରେ ଦୁଇ ଥର କାଜଚ ଖାଇଲେ ଓଜନ ବୃଦ୍ଧି ହେଉଥିବା ଲୋକମାନଙ୍କ ତୁଳନାରେ ଓଜନ କମ୍ ରହିବ । ବିଶେଷଜ୍ଞଙ୍କ ଅନୁସାରେ ଦିନରେ ଦୁଇ ଥର କାଜୁ ଖାଇଲେ ହୃଦୟ ସହିତ ଜଡ଼ିତ ସମସ୍ୟା , ସୁଗାର ଓ କ୍ୟାନ୍ସର ସହିତ ଲଢ଼ିବା ପାଇଁ ସାହାଯ୍ୟ ମିଳିଥାଏ।
-
କାଜୁରେ ଥିବା କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍ ଆପଣଙ୍କ ହାଡ଼କୁ ମଜବୁତ କରିବ ।
-
ଏଥୁରେ ଉଚ୍ଚ ମାତ୍ରାରେ କପର ଥାଏ । ୧୯ ବର୍ଷରୁ ଅଧିକ ବର୍ଷର ପିଲା ବା ଲୋକମାନଙ୍କୁ ପ୍ରତିଦିନ ୯୦୦ ମାଇକ୍ରୋଗ୍ରାମ୍ କପର୍ର ଆବଶ୍ୟକତା ଥାଏ । କେଶର ରଙ୍ଗ କପର୍ ଉପରେ ନିର୍ଭର କରେ । ସେଥିପାଇଁ ଲୋକଙ୍କର କେଶର ରଙ୍ଗ କଳା କିମ୍ବା ବ୍ରାଉନ୍ ହୋଇଥାଏ । ତେଣୁ କେଶ ଧଳା ହେଲେ ନିୟମିତ ଭାବରେ କାଜୁ ଖାଇବାକୁ ପରାମର୍ଶ ଦିଆଯାଏ ।
-
ଆଖି ପାଇଁ ମଧ୍ୟ ଏହା ଲାଭକାରୀ ଅଟେ। କାଜୁ ଖାଇବା ଦ୍ଵାରା ଶରୀରରେ ନ୍ୟୁକ୍ଲିକ୍ ଏସିଡ୍ ତିଆରି ହୁଏ ଯାହା ପାଚନରେ ସାହାଯ୍ୟ କରେ । ଖାଦ୍ୟ ହଜମ ହେବା ଯୋଗୁ ପେଟର ସ୍ୱାସ୍ଥ୍ୟ ଠିକ୍ ରହେ ଓ ୬୦ – ୭୦ ପ୍ରତିଶତ ରୋଗ ହେବାର ବିପଦ ହ୍ରାସ ପାଏ ।
-
ଆମ ଶରୀରରେ ପ୍ରୋଆନ୍ଥୋସାୟନିଡିନ୍ ଫ୍ଲୋରୋନୋଲ୍ଡ ନାମକ ଏକ ଶ୍ରେଣୀ ଥାଏ ଯାହା ଟ୍ୟୁମର୍ ସେଲ୍ସ ସହିତ ଲଢ଼ିଥାଏ। କାଜୁରେ ଥିବା ପ୍ରୋଆନ୍ଥୋସାୟନିଡିନ୍ ଓ ହାଇ କପର୍ ସାମଗ୍ରୀ କ୍ୟାନ୍ସର ସହିତ ଲଢ଼ିବାରେ ସାହାଯ୍ୟ କରେ।
-
କାଜୁ ତ୍ବାଚା ପାଇଁ ମଧ୍ୟ ଖୁବ ଭଲ। ଏହାକୁ ନିୟମିତ ଖାଇବା ଦ୍ବାରା ତ୍ବଚା ମଧ୍ୟ ଉଜ୍ବଳ ଦେଖାଯାଏ।
-
ଦିନକୁ ୩ଟିରୁ୪ଟି କାଜୁ ଖାଇବା ଦ୍ବାରା ଏହା ଆପଣକୁ ପୂରା ଦିନ ପାଇଁ ଶକ୍ତି ଯୋଗାଇ ଥାଏ। ଯାହା ଦ୍ବାରା ଆପଣ ପୁରା ଦିନ ପାଇଁ ଶକ୍ତିମିଳେ।
ତେବେ ଆପଣ କାଜୁ କୁ ଆପଣଙ୍କ ପ୍ରତିଦିନର ବ୍ୟବହାରରେ ସାମିଲ କରି ପାରିଲେ ଏହାର ଉପକାରିତା ନିଜେ ଜାଣି ପାରିବେ।