ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ନିୟମିତ ହ୍ରାସ ପାଉଛି । ନମୁନା ପରୀକ୍ଷଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି । ପଜିଚିଭ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଏନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେ ଟୁଇଟ୍ କରି କହିଛନ୍ତି ‘କୋଭିଡ଼ ମୁକାବିଲାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା । ସାଢେ ୪ମାସ ଭିତରେ ପ୍ରଥମଥର ପାଇଁ ୫ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଏହା କେବଳ କରୋନାକୁ ହରାଇବାର ରାଜ୍ୟବାସୀଙ୍କ ଭିତରେ ଥିବା ସ୍ପୃହା ,ଶୃଙ୍ଖଳା, ଓ ନିଷ୍ଠା ପାଇଁ ସମ୍ଭବ ହୋଇଛି ।’ ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତେବେ ଗତ୨୪ ଘଣ୍ଟାରେ ୪୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨୪୯ ଏବଂ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୮୫ ରହିଛି । ସେହିପରି ରାଜ୍ୟରେ ଦିନକରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Glad to share that #Odisha has crossed 6 million #COVID19 test milestone & for the first time in over 4.5 months, active cases have fallen below 5000. Salute to the spirit, discipline & determination of people of Odisha, who have set an example for all in the fight against Covid. pic.twitter.com/Wkd4GnzeqO
— Naveen Patnaik (@Naveen_Odisha) December 3, 2020