ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଗତ କାଲି ରାତିରେ ବିଜେପି କର୍ମୀଙ୍କ ଉପରେ ହୋଇଥିବା ଅଣ୍ଡାମାଡକୁ ନେଇ ଆଜି ବିଜେପି କର୍ମୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏହାସହ ବିଜେଡିକୁ ପ୍ରଶ୍ନ ରଖିଛି ବିଜେପି କହିବା ଅନୁଯାରେ ଯଦି ସେହି ଟେକା ପଥର ଅନ୍ୟ ମହିଳା କିମ୍ବା ବରିଷ୍ଠ ନାଗରିକଙ୍କୁ ଲାଗିଥାନ୍ତା । ତେବେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା? ରାଜ୍ୟ ସରକାର ହିଁ ଦାୟୀ ହୋଇଥାନ୍ତେ । ଲୋକଙ୍କୁ ଏତେ ଭୟବିତ କାହିଁକି କରାଗଲା ?ଏହା ହୀନ ରାଜନୀତି ଓ ଅସହିଷ୍ଣୁତା । ବିରୋଧର ଗୋଟିଏ ପ୍ରକ୍ରିୟା ଓ ସାଳିନତା ଥାଏ । ଏନସିଆରବି ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ମହିଳା ଅପରାଧରେ ଓଡିଶା ଦ୍ବିତୀୟ ସ୍ଥାନରେ ଅଛି । ସାଂସଦଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି । ବିଜେଡ଼ି ପକ୍ଷରୁ ମହିଳା ମାନଙ୍କୁ ଯେଉଁ ଅତ୍ୟାଚାର ଓ ଦମନର ପ୍ରକ୍ରିୟା ଚାଲିଛି । ସେମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ମହିଳା ଅପରାଧରେ ପ୍ରଥମ କରିବାକୁ ଚାହୁଁଛନ୍ତି । ମୋର ଭୁଲ କଣ ? ଲୋକଙ୍କ କାମ କରିବା ଭୁଲ କି ? ବିଜେଡ଼ି ଏହା ଜବାବ ରଖୁ । ଗତକାଲି ରାତିରେ ଆକ୍ରମଣକାରୀଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି । ଡିସିପି ଓ ସିପିଙ୍କ ସହ ଆଲୋଚନା ହୋଇଛି । ପ୍ରଦୀପ୍ତ ବଡ଼ଜେନା ଯୁବ ମୋର୍ଚ୍ଚାର ସଭାପତି, ତାଙ୍କ ଗୋଡ଼ରେ ଜଣେ ମହିଳା କାମୁଡ଼ି ଦେଇଛନ୍ତି । ସମସ୍ତ ଘଟଣାର ଭିଡିଓ ରେକଡ଼ିଂ ଅଛି । ବିଜେଡ଼ିର କେଉଁ ନେତା ଫୋନ କରିଥିଲେ । ତାହା ସାମ୍ନାକୁ ଆସିବା ଦରକାର । ସବୁ ଜିନିଷର ସୀମା ଥାଏ । ବିନମ୍ର ରହିବା ଦରକାର । ୨୨ ବର୍ଷର ସରକାର ରହିଲେ ଅହଙ୍କାର ଆସିଯାଏ । ଦୁର୍ଯ୍ୟୋଧନ ଓ ରାବଣ କଥା ମାନେ ପଡ଼ିଯାଉଛି । ଆମେ ନଇଁକି ଚାଲିବା କଥା, ବିଜେଡ଼ି କର୍ମୀ ଭୁଲି ଯାଉଛନ୍ତି । ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି କି ଓଡିଶା ?
ଏହାସହ ଅପରାଜିତା କହିଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ରାଜ୍ୟ ହେଉଛି ଓଡିଶା । ଆମେ ସମସ୍ତେ ତାଙ୍କ ପ୍ରତି ସମର୍ପିତ ଅଛୁ । ଏଭଳି ଗୁଣ୍ଡାଗର୍ଦି ଓ ଅରାଜକତା କାହାକୁ ଦରକାର ନାହିଁ । ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି ଏବଂ ଜଣେ ମହିଳା ସାଂସଦ ହିସାବରେ ମୁଁ ସୁରକ୍ଷିତ ନୁହେଁ । ରାଜ୍ୟ ସରକାରଙ୍କ ଦାୟୀତ୍ୱ ସାଂସଦଙ୍କୁ ସୁରକ୍ଷା ଦେବା ।
ଗୋଟିଏ କଥା ସନ୍ଦେହ ହେଉଛି । ମୁଖ୍ୟମନ୍ତ୍ରୀ ଅରାଜକତା ପ୍ରତି ଅବଗତ ଅଛନ୍ତି ତ ? ୨ କିମି ଦୂରରେ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ଘର । ଗତକାଲି ଘଟଣା ବିଷୟରେ ସେ ଅବଗତ ଅଛନ୍ତି ତ ? ବୋଧେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁ କଥା ପହଞ୍ଚୁ ନାହିଁ । ଯଦି ଜାଣି ନାହାନ୍ତି ତେବେ ଏହା ସାଢେ ୪ କୋଟି ଓଡିଶାବାସୀ ଓ ୨କୋଟି ୫୦ଲକ୍ଷ ମହିଳାଙ୍କ ପାଇଁ ଦୁର୍ଭାଗ୍ୟ ଜନକ । ସମସ୍ତ ଆକ୍ରମଣକାରୀଙ୍କ ଫୋଟୋ ଅଛି । ସେମାନଙ୍କୁ ଏତେ ଡର କାହିଁକି । ଯଦି କିଛି ଅଭିଯୋଗ ଅଛି ମତେ କୁହନ୍ତୁ ।
ରାଜ୍ୟ ସରକାରଙ୍କୁ ଅନୁରୋଧ, ମହିଳା ସାଂସଦଙ୍କୁ କାମ କରିବା ପାଇଁ ଦିଅନ୍ତୁ । ରାଜ୍ୟ ସରକାରଙ୍କ ଦାୟୀତ୍ୱ ନିର୍ବାଚିତ ପ୍ରତିନିଧିଙ୍କୁ ସୁରକ୍ଷା ଦେବା । ଆଜି ଠୁ ରାଜ୍ୟ ସାରା ବୁଲିବି । ରାଜ୍ୟ ସରକାର ସୁରକ୍ଷା ଦେବାକୁ ବାଧ୍ୟ । ମତେ ଉଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଇଛି ।
ପୋଲିସ ଓ ପ୍ରଶାସନ ଉପରେ ଭରସା ଅଛି । ୨୪ ଘଣ୍ଟା ଭିତରେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏ ବିଷୟରେ ମୁଁ ପୁଣି ପୋଲିସ କମିଶନରଙ୍କୁ ପଚାରିବି ।ଓଡିଶା ରାଜ୍ୟର ଇତିହାସରେ ଏଭଳି ଗୁଣ୍ଡାଗର୍ଦି ହୋଇନଥିଲା । ସମସ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ।
୨୯ନଭେମ୍ବରରେ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଓଡିଶାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବେ ଅପରାଜିତା । ଗତକାଲିର ଆକ୍ରମଣ ପରେ ବି ମୁଁ ଭୟବିତ ନୁହେଁ । ଆଗକୁ ଆହୁରି ବିକାଶମୂଳକ କାମ ହେବ ଏବଂ ଦୃତଗତିରେ ହେବ ବୋଲି ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି।
(ରିର୍ପୋଟ:ଆଶିଷ କୁମାର ରାଉତ)