ସନ୍ଷ୍ଟାର ଟିଭି ବ୍ୟୁରୋ
ଓଡିଶାରେ ଅଫ୍ଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ । ସେ ଆଉ ମଧ୍ୟ କହିଛନ୍ତି ଯେହେତୁ ଶିକ୍ଷାନୁଷ୍ଠାନଗୁଡିକ ଖୋଲିନାହିଁ ସେଥିପାଇଁ ପରୀକ୍ଷାଗୁଡିକ ବିଳମ୍ଵରେ କରାଯିବ । ଶିକ୍ଷାନୁଷ୍ଠାନ ଗୁଡିକ କେବେ ଖୋଲିବ ସେ ନେଇ ସ୍ପଷ୍ଟ କରିନାହାନ୍ତି ଶ୍ରୀଯୁକ୍ତ ଦାସ ତେବେ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନେଇ ବିଚାର ବିମର୍ଷ ଚାଲିଛି ବୋଲି କହିଛନ୍ତି ।
ତେବେ କରୋନା ସଂକେରମଣକୁ ଦୃଷ୍ଟିରେ ରଖାଯାଇ ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଥିଲା । ଅନ୍ଲାଇନରେ ପାଠ ପଢା ହେଉଥିଲେ ମଧ୍ୟ ସମସ୍ତଙ୍କ ପାଖରେ ଏହି ସୁବିଧା ପହଞ୍ଚିପାରୁନାହିଁ ।