ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ତେବେ ଆସନ୍ତା ୨୮ ତାରିଖ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ। ନାମଲେଖା ପାଇଁ ଡିସେମ୍ବର ୩ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୩ ତାରିଖ ଅପରାହ୍ନ ୫ଟା ରୁ ୬ ତାରିଖ ମଧ୍ୟ ରାତ୍ର ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫି ଅନଲାଇନ୍ ମାଧ୍ୟମରେ ଦାଖଲ କରିବେ । ଡିସେମ୍ବର ୪ରୁ ୭ ତାରିଖ ମଧ୍ୟରେପ୍ରଥମ ମେଧା ତାଲିକାରେ ପ୍ରକାଶ ପାଇବ। ଯେଉଁଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ। ସେହିପରି ୧୦ ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ୧୦ରୁ ୧୩ ତାରିଖ ମଧ୍ୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଫି ଦାଖଲ କରିବାକୁ ଥିବାବେଳେ ୧୧ରୁ ୧୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରିପୋର୍ଟି କରିବେ । ୧୭ ତାରିଖ ଅପରାହ୍ନ ୨ଟାରେ ଖାଲିଥିବା ସିଟ୍ ସମ୍ପର୍କରେ ଚୂଡ଼ାନ୍ତ ତାଲିକା ସାମ୍ବ ପୋର୍ଟାଲରେ ଅପଡେଟ୍ କରାଯିବ । ତେବେ ଡିସେମ୍ବର ୧୮ରୁ ସ୍ପଟ୍ ରେ ନାମ ଲେଖାପ୍ରକ୍ରିୟା ଆରମ୍ଭ ହେବ । ନାମଲେଖା ପ୍ରକ୍ରିୟା ଡିସେମ୍ବର ୨୩ରେ ସାରିବାକୁ ନିର୍ଦ୍ଧାରିତ ହୋଇଥିବାବେଳେ ୨୪ ତାରିଖ ଅପରାହ୍ନ ୫ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଅପଡେଟ୍ କରାଯିବ । ସୂଚନାଯୋଗ୍ୟ , ରାଜ୍ୟର ୧୦୨୪ ଡିଗ୍ରି କଲେଜରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆହୁରି ୮୬ ହଜାର ୨୩୩ଟି ସିଟ୍ ବଳକା ରହିଛି । ସେହିପରି ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଫି ’ ଦାଖଲ କରିବାକୁ ପଡ଼ିବନି।