ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର :ବିଧାନସଭା ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ୧୨୧ ତମ ଜନ୍ମ ବାର୍ଷିକ ପାଳନ କଲେ ବାଚସ୍ପତି। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଉପବାଚସ୍ପତି ତଥା ବିଧାନସଭାର ସଦସ୍ୟ ପ୍ରଫୁଲ୍ଲ କର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ନବକୃଷ୍ଣ ଜଣେ ଜନନେତା ଥିଲେ। ସେ ଓଡ଼ିଶାରେ ଜଣେ ଏପରି ମୁଖ୍ୟମନ୍ତ୍ରୀ ଥିଲେ ଯେ ନୟାଗଡ଼ ଗଲାବେଳେ ରାସ୍ତାରେ ଓହ୍ଲାଇ ଗାଁ ଲୋକଙ୍କ ସହ ମିଶି ପୋଖରୀରୁ ଦଳ ସଫା କରୁଥିଲେ।
ଭୁବନେଶ୍ୱର ଏମଏଲଏ କଲୋନୀରେ ଅନେକ ସମୟରେ ଚାଲି କରି ବୁଲୁଥିଲେ ଏବଂ କିଛି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସ ଆଗରେ ଖରା, ବର୍ଷାରେ ଗାଈଗୁଡ଼ିକ କଷ୍ଟରେ ରହୁଥିବା ଦେଖି ବାରଣ୍ଡାରେ ଅଜବେଷ୍ଟସ ଶେଡ଼ ତିଆରି ପାଇଁ ପଶୁସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଭୂସଂସ୍କାର, ଓଡ଼ିଆକୁ ସରକାରୀ ଭାଷା କରିବା ଓ ନିଶା ନିବାରଣ ପାଇଁ ବିଭିନ୍ନ ଆଇନ ସବୁ ଆଣିବାରେ ତାଙ୍କର ଅବଦାନ ଅନେକ।