ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବୁଧବାର ଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଜୁନିୟର ହକି ବିଶ୍ଵକପ । ଏହି ବିଶ୍ବକପରେ ଭାରତ ସମେତଆଉ୧୬ଟି ଟିମକୁ ନେଇ ନଭେମ୍ବର ୨୪ ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ହକି ଯୁଦ୍ଧ ଚାଲିବ। ଚଳିତ ବର୍ଷ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଏହି ହକି ବିଶ୍ବକପ ଅନୁଷ୍ଠିତ ହେବାକୁ ଯାଉଅଛି। ତେବେ ଟାଇଟେଲ ହାତେଇବା ପାଇଁ ସବୁ ଟିମ ମାନଙ୍କ ମଧ୍ୟରେ ଏହି ଲଢ଼େଇ ଚାଲିବ। ତେବେ ଆଜି ଠାରୁ ଟିମ ମାନେ ଅଭ୍ୟାସ ମ୍ୟାଚ ପାଇଁ କଳିଙ୍ଗଷ୍ଟାଡିୟମ ଠାରେ ଆସି ପହଞ୍ଚିଛନ୍ତି। ତେବେ ସବୁଠାରୁ ଖୁସିର ବିଷୟ ହେଉଛି ବିଶ୍ଵକପ ପାଇଁ ଘୋଷଣା କରାଯାଇଥିବା ୧୮ଜଣିଆ ଦଳ ମଧ୍ୟରୁ ୩ ଜଣ ଓଡ଼ିଆ ଖେଳାଳୀଙ୍କୁ ଖେଳିବା ପାଇଁ ସ୍ଥାନ ମିଳିଛି। ସେମାନେ ହେଲେ ସାଗର ସୁନିଲ୍ ଯୋଜୋ, ସୁଦୀପ୍ ଚିମ୍ପାଙ୍କୋ ଓ ଅଭିଷେକ ଲାକ୍ରା। ଏହା ସହ ହକି ବିଶ୍ବକପ ଏଥର ବିନା ଦର୍ଶକରେ ପାଳନ ହେବ। କୋଭିଡ ପାଇଁ ଏଥର ଦର୍ଶକଙ୍କୁ ମନା। କଳିଙ୍ଗ ଷ୍ଟାଡିୟମ ହକି ବିଶ୍ବକପ ଆଯୋଜନ କରି ବିଶ୍ବ ହକିର ପ୍ରାଣ କେନ୍ଦ୍ର ହେବାର ଗୌରବ ଅର୍ଜନ କରିପାରିଛି। ଉଦଘାଟନୀ ଦିବସକୁ ଆଉ ୨୪ ଘଣ୍ଟା କମ ସମୟ ରହିଥିବା ବେଳେ ଆଉ ଆଗଭଳି ଉତ୍ସାହ ଲୋକ ମାନଙ୍କ ମଧ୍ୟରେ ନାହିଁ।
ତେବେ ଅଧିନାୟକ ବିବେକ ସାଗର ପ୍ରସାଦ ଙ୍କ ନେତୃତ୍ବରେ ରେ ଭାରତୀୟ ଟିମ୍ ଷ୍ଟାଡିୟମ୍ କୁ ଓହ୍ଲାଇବା । ଆସନ୍ତା କାଲି ହେବାକୁ ଥିବା ୫ଟି ମ୍ୟାଚ୍ ଖେଳାଯିବ ଏଥିମଧ୍ୟରେ ଭାରତ ଗୋଟିଏ ମ୍ୟାଚ ରେ ଫ୍ରାନ୍ସ କୁ ଭେଟିବ ।
(ରିର୍ପୋଟ: ଆଶିଷ କୁମାର ରାଉତ)