ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ଆଉ ଏତେଟା ନାହିଁ। ଅଧିକାଂଶ ଅଞ୍ଚଳରେ ତାପମାତ୍ରା ବହୁତ ଅଧିକ ରହିଛି। ଓଡ଼ିଶା ଉପରେ ଏବେ ନିର୍ଦ୍ଦିଷ୍ଟ କୌଣସି ପାଣିପାଗର ନିୟାମକ ନାହିଁ । କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ରହିବା। ଏହା ପରେ ୨୪ ତାରିଖ ଆଡ଼କୁ ପାଗରେ ପରିବର୍ତ୍ତନ ହେବ ଓ ପାଗ ଖରାଟିଆ ଓ ଶୁଖିଲା ରହିବ ।