ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର :ନାଗ ସାପ କାମୁଡ଼ାରେ ପାଞ୍ଚ ବର୍ଷର ଶିଶୁ କନ୍ୟା ମୃତ। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମର ଭୂପତି ବେହେରାଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା ରାନୀ ବେହେରା ମାଆ ସହ ଘରର ଛାତ ଉପରକୁ ଯାଉଥିବା ସମୟରେ ପାହାଚରେ ଲୁଚି ବସିଥିଲା ମୃତ୍ୟୁ। ପାହାଚରେ ପାଦ ଥୋଉ ଥୋଉ ସେଠାରେ ଲୁଚି ରହିଥିବା ବିଷଧର ନାଗ ସାପଟି ରାନୀର ପଦାକୁ କାମୁଡ଼ି ଦେଇଥିଲା ସଙ୍ଗେ ସଙ୍ଗେ ରାଣୀକୁ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଖବର ପାଇ ଗ୍ରାମରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି । (ରିପୋର୍ଟ :ବିଭୂଦତ୍ତ ପୃଷ୍ଟି )