ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗୁରୁ ନାନକ ଜୟନ୍ତୀ ଅବସରରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତିନିଟି ଚାଷ ଆଇନ କୃଷକଙ୍କ ହିତ ପାଇଁ ତେଣୁ ସେ ଏହାକୁ ପ୍ରତିହାର କରିଛନ୍ତି।ତେବେ ଏହି ଆଇନ ପ୍ରତ୍ୟାହାର ପରେ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ।ସେ ନିଜ ଟ୍ବିଟର ଏହାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ମୋଦୀଙ୍କର ଏହି ନିଷ୍ପତ୍ତି ନେବା ପରେ ଅନ୍ୟ ବିରୋଧୀ ନେତା ଏହାକୁ ନେଇ ଅନେକ ସମାଲୋଚନା କରିଥିବା ବେଳେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଯେଉଁଥି ପାଇଁ ଚାଷୀମାନେ ଦୀର୍ଘଦିନ ଧରି ଆନ୍ଦୋଳନ କରୁଥିଲେ ତାହା ଆଜି ସଫଳ ହୋଇଛି। ଏହାଛଡା ବିଜେଡି ଚାଷୀ ମାନଙ୍କ ସହ ସର୍ବଦା ଅଛି ଏବଂ ଚାଷୀ ମାନଙ୍କର ହିତପାଇଁ ସର୍ବଦା କାମ କରିବ ବୋଲି ପ୍ରକାଶ କରିଛନ୍ତି।