ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା ପଦୋନ୍ନତି ପାଇଁ ପ୍ରଚଳିତ ଥିବା ଆଇନରେ କିଛିଟା ସଂଶୋଧନ କରାଯାଇଛି । ଦେଶର ସମ୍ବିଧାନର ଧାରା ୩୦୯ରେ ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରାଯାଇ ଏହି ପରିବର୍ତ୍ତନ କରାଯାଇଛି । ଓଡ଼ିଶା ପ୍ରଶାସନିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମ, ୧୯୯୨ରେ ରାଜ୍ୟ ସରକାର ଆଣିଛନ୍ତି ଏହି ପରିବର୍ତ୍ତନ । ଏହି ଆଇନ ଓଡ଼ିଶା ପ୍ରଶାସନିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ସଂଶୋଧନ ନିୟମ, ୨୦୨୦ ଭାବେ ପରିଚିତ ହେବ।
ଓଡ଼ିଶା ପ୍ରଶାସନିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମ, ୧୯୯୨ର ନିୟମ-୩ (ଗ)ରେ ‘ତିନି ବର୍ଷ’ ଓ ‘ପାଞ୍ଚ ବର୍ଷ’ ଶବ୍ଦ ସ୍ଥାନରେ ସଂଖ୍ୟାରେ ‘୩୬ ମାସ’ ଏବଂ ‘୬୦ ମାସ’ କରାଯାଇଛି।
ନୋଟ୍-୨କୁ ଉଚ୍ଛେଦ କରାଯାଇଛି।
ପିଏଆର୍, ଭିଜିଲାନ୍ସ ରିପୋର୍ଟ, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ କାଗଜପତ୍ର ଏବଂ ଅନ୍ୟାନ୍ୟ ଗୋପନୀୟ ରିପୋର୍ଟ ଦାଖଲରେ ହେଉଥିବ ବିଳମ୍ବକୁ ରୋକିବା ଲାଗି ତାହାକୁ ଅନ୍ଲାଇନ୍ରେ ଦାଖଲ କରିବାର ବ୍ୟବସ୍ଥା କରାଯାଇଛି। ଗ୍ରୁପ୍-ଡି କର୍ମଚାରୀଙ୍କ କ୍ଷେତ୍ରରେ ଏହି ସବୁ ରିପୋର୍ଟର ଆବଶ୍ୟକତା ନାହିଁ।
ନିଯୁକ୍ତି ନିୟମରେ ଥିବା ଆବାସିକ ଅବଧିକୁ ବିଚାରକୁ ନେଇ ପ୍ରତିବର୍ଷର ଚୟନ ନଭେମ୍ବର ମାସରେ ଅନୁଷ୍ଠିତ ହେବ ଏବଂ ଚୟନ ତାଲିକା ଡିସେମ୍ବର ମାସରେ ପ୍ରସ୍ତୁତ କରାଯିବ।