ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁ ଚରଣ ରାଉତଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।୧୯୩୭ ମସିହାରେ ସେ ଜଗତସିଂହପୁର ଜିଲ୍ଲାର ହଳଦିଆପଡା ସ୍ଥିତ ମଧ୍ୟ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ରାଜନୀତି ବିଜ୍ଞାନରେ ଅନେକ ଅନେକ ପାଠ୍ୟପୁସ୍ତକ ରଚନା କରିଛନ୍ତି। ଗତକାଲି ବିଳମ୍ବିତ ରାତ୍ରୀରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ତାଙ୍କର ଶେଷନିଶ୍ବାସ ତ୍ୟାଗ କରିଥିଲେ। ଶେଷସମୟ ବେଳକୁ ତାଙ୍କ ନିକଟରେ ତାଙ୍କର ପତ୍ନୀଙ୍କ ସମେତ ବଡପୁଅ,କନ୍ୟା,ଜ୍ବାଇଁ,ନାତି,ପୁତ୍ରବଧୂ ମାନେ ଉପସ୍ଥିତ ଥିଲେ। ଭଗବାନ ତାଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ। ଏହା ଆମର ଭଗବାନଙ୍କ ନିକଟରେ ପ୍ରାର୍ଥନା।