ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦିବ୍ୟାଙ୍ଗଙ୍କ ପାଇଁ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ପୋଖରୀପୁଟସ୍ଥିତ ସେବା ମିଳିତ କେନ୍ଦ୍ର ପକ୍ଷରୁ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନ କରାଯାଉଛି । ସନସିଡ୍ ଆଗ୍ରୋ ଲିମିଟେଡ୍ର ସହଯୋଗରେ ଆସନ୍ତା ୧୮ତାରିଖରେ ଏହି ମେଳା ହେବ। ଦିବ୍ୟାଙ୍ଗ ଓ ସାଧାରଣ ବର୍ଗର ନିଯୁକ୍ତି ଆଶାୟୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ପ୍ରଡକ୍ଟ ମାର୍କେଟିଂ , ସେଲ୍ ଓ ସୁପରିଭିଜନ କ୍ଷେତ୍ରରେ ଖାଲିଥିବା ୧୫୫ଟି ପଦବି ପାଇଁ ଏହି ମେଳା ଆୟୋଜନ କରାଯିବା ଭୁବନେଶ୍ବର ଜାତୀୟ ୧୮ ହେବା କ୍ୟାରିଅର ୨୧ରୁ ୩୩ ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀ ଏଥିରେ ଭାଗନେଇ ପାରିବେ। ଆଶାୟୀ ପ୍ରାର୍ଥୀମାନେ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର , ଆଧାର କାର୍ଡ , ପାସପୋର୍ଟ ସାଇଜ୍ ଫଟୋ , ଦିବ୍ୟାଙ୍ଗ ପ୍ରମାଣପତ୍ର ଓ ବାୟୋଡାଟା ସହ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚି ମେଳାରେ ଭାଗ ନେଇପାରିବେ।