ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟର ପିଜି ସିଟ୍ଗୁଡ଼ିକ ଲାଗି ଦୁଇ ପର୍ଯ୍ୟାୟ ନାମଲେଖା ପରେ ୫ ହଜାର ୫୫୪ ସିଟ୍ ବଳକା ରହିଛି । ଏଗୁଡ଼ିକରେ ନାମ ଲେଖାଇବା ଲାଗି ଆଜି ଠାରୁ ସ୍ପଟ୍ ନାମଲେଖା ଆବେଦନ ଆରମ୍ଭ ହେବ । ଆଜି ଦିନ ୧୧ଟାରୁ ୨୧ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଲଗଇନ୍ ଆଇଡିରୁ କମନ ଆପ୍ଲିକେସନ୍ ଫର୍ମ ୫ ହଜାର ୫୫୪ ସିଟ୍ ଖାଲି ମିଳିବ । ସେହିଭଳି ୨୪ ତାରିଖ ସନ୍ଧ୍ୟା ୫ଟାରେ ସ୍ପଟ୍ ନାମଲେଖା ଲାଗି ଚୟନ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ । ୨୫ ତାରିଖ ଦିନ ୧୧ଟାରୁ ୨୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଇଣ୍ଟିମେସନ୍ ଲେଟର୍ ପାଇବା ଲାଗି ଫି ’ ଦାଖଲ କରିବେ । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଯେଉଁ କଲେଜ ଛାତ୍ରଛାତ୍ରୀମାନେ କିମ୍ବା ବିଶ୍ଵବିଦ୍ୟାଳୟରେ ନାମଲେଖା ଲାଗି ଇଣ୍ଟିମେସନ ଲେଟର୍ ପାଇଥିବେ ସେଠାରେ ଫଟୋ କପି ଓ କମନ ଆପ୍ଲିକେସନ ଫର୍ମ ସହିତ ରିପୋର୍ଟ କରିନାମଲେଖାଇପାରିବେ । ସେମାନେ ୪ ତାରିଖରୁ ୬ ତାରିଖ ମଧ୍ୟରେ ଫି ’ ଦାଖଲ କରି ଇଣ୍ଟିମେସନ ଲେଟର୍ ପାଇପାରିବେ । ୬ରୁ ୭ ତାରିଖ ମଧ୍ୟରେ ସେମାନଙ୍କ ନାମଲେଖା ଶେଷହୋଇ ୮ ତାରିଖରେ ସାମ୍ସ ପୋର୍ଟାଲରେ ଡାଟା ଅପଡେଟ୍ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।