ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ସମକାଳର ବିଶିଷ୍ଟ କଥାଶିଳ୍ପୀ ଗାଳ୍ପିକ କ୍ଷୀରୋଦ ଦାସ ଙ୍କ ଦ୍ଵାରା ସମ୍ପାଦିତ ଗଳ୍ପ ସଂକଳନ ” ବୋଉ ” ପୁସ୍ତକ ର ଶୁଭ ଉନ୍ମୋଚନ ଉତ୍ସବ କୃଷି ଭବନ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । କଥାଶିଳ୍ପୀ କ୍ଷୀରୋଦ ଦାସ ବୋଉ ଗଳ୍ପ ସଂକଳନ ଲେଖିବାର ପ୍ରେରଣା , ଅନୁଭବ ଓ ଅନୁଭୁତି ବିଷୟରେ କହିଥିଲେ । ୩୦ ଜଣ ଗାଳ୍ପିକ ଗାଳ୍ପିକା ମାନଙ୍କର ଅନୁଭୂତି ଆବେଗ ଭିତରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବୋଉର ମମତା , ତ୍ୟାଗ, ମହାନୀୟତା ଓ ତିତିକ୍ଷା ବିଷୟରେ ଗଳ୍ପ ମାଧ୍ୟମରେ ସ୍ଥାନ ପାଇଛି। ଏହି ପୁସ୍ତକ ରେ ବୋଉ ସମ୍ପର୍କରେ କାଳ୍ପନିକ ଲେଖାନୁହେଁ , ସମସ୍ତ ଲେଖା ବୋଉସହ ଥିବା ଆତ୍ମଜୀବନୀ ର ଅନୁଭୂତିକୁ ବାସ୍ତବତାର ସହ ସ୍ଥାନ ପାଇଥିବାର ଗାଳ୍ପିକ ମାନେ ସୂଚନା ଦେଇଥିଲେ। ମାନ୍ୟବର ମନ୍ତ୍ରୀ ଅରୁଣ ସାହୁ ଙ୍କ ଦ୍ଵାରା ଏହି ପୁସ୍ତକ ଟି ଉନ୍ମୋଚନ ହେବା ସହ ପୃଥିବୀର ସମସ୍ତ ବୋଉ ମାନଙ୍କ ଉଦ୍ଦେଶ୍ୟରେ ନିଜ ଅନୁଭୁତି କହୁଥିଲେ । ତାସହ ସାରସ୍ବତ ସାଧନା , କବି , ଲେଖକ ଙ୍କ ସାଧନା ସହ ବର୍ତ୍ତମାନ ସମୟର ପାଠକ ମାନଙ୍କ ସ୍ଥିତି ବିଷୟରେ ମତ ରଖିଥିଲେ । ଏହି ସାରସ୍ବତ କାର୍ଯ୍ୟକ୍ରମ ରେ ସଭାପତି ଜଗନ୍ନାଥ ସାହିତ୍ୟ ର ଗବେଷକ ପୀତବାସ ରାଉତରାୟ,ମୁଖ୍ୟ ଅତିଥି ମନ୍ତ୍ରୀ ତଥା ଲେଖକ କବି ଅରୁଣ ସାହୁ ,ନବଲିପି ପତ୍ରିକା ର ସମ୍ପାଦକ ଦେବପଦ ମଦନରାୟ ,ବୋଉ ଗଳ୍ପ ସଂକଳନ ର ସହଯୋଗୀ କଥାଶିଳ୍ପୀ ମନ୍ନଥ ପଟ୍ଟନାୟକ ସମେତ ଅନେକ ବରିଷ୍ଠ ଲେଖକ ଲେଖିକା ଉପସ୍ଥିତ ଥିଲେ ।(ରିର୍ପୋଟ:ଆଶିଷ କୁମାର ରାଉତ)