ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ନିଜର ଜୀବନ ଯୌବନ କୁ ବାଜି ଲଗାଇ ଦେଇଥିବା ସମସ୍ତ ମହାପୁରୁଷ ମାନଙ୍କୁ କଙ୍ଗନା ରାନାୱାତ୍ ଭିକାରୀ କହିବା ସହ ଦେଶର ସମ୍ମାନହାନୀ ହେଲା ଭଳି ବିବୃତ୍ତି ଦେଇଥିଲେ । ଏଥିପାଇଁ କଙ୍ଗନା ରାନାୱାତ ଙ୍କ ବିରୁଦ୍ଧରେ ‘ଆମ ଅଧିକାର’ ର ସଦସ୍ୟ ମାନେ କ୍ୟାପିଟାଲ ଥାନା ରେ ଦେଶଦ୍ରୋହ ଅଭିଯୋଗ ଦାୟର କହିଛନ୍ତି । ଏହି ଦେଶକୁ ସ୍ବାଧୀନ ଆଣି ଦେବାକୁ ଯାଇ ଅନେକ ବୀର ଯବାନ ମାନେ ନିଜ ରକ୍ତ ଲହୁ ଦାନ କରିଛନ୍ତି। ସେମାନଙ୍କୁ ବାସ୍ତବରେ ସ୍ବାଧୀନତାର ମୂଲ୍ୟ ତାଙ୍କୁ ଦେବାକୁ ପଡିଥିଲା। କିନ୍ତୁ କଙ୍ଗନା ତାଙ୍କୁ ଭିକାରୀ ବୋଲି କହିଛନ୍ତି। ତେଣୁ କଙ୍ଗନାଙ୍କର ଏହି ଦେଶ ବିଦ୍ରୋହୀ କାର୍ଯ୍ୟକୁ ବିରୋଧ କରି ତାଙ୍କ ନାମରେ ଏଫଆଇଆର ଦାଖଲ କରାଯାଇଛି।