ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦଳୀୟ କାର୍ଯ୍ୟକାରିଣୀ ବୈଠକ ୟୁନିଟ-୧ ସ୍ଥିତ କସ୍ତୁରୀବା ନାରୀ ମହଲ ଠାରେ ଅନୁଷ୍ଠତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକାରିଣୀ ବୈଠକ ଆୟୋଜନ ହୋଇଥିଲା। ଅନେକ ଆଗଧାଡିର ନେତା ଭର୍ଚୁଆଲ୍ ରେ ଯୋଡି ହୋଇଥିଲେ। ଏହି କାର୍ଯ୍ୟକ୍ରମର ଉପସ୍ଥିତ ଯୁବ ଓ ଛାତ୍ରଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ନେଇ ପ୍ରଶଂସା କରିବା ସହ ସମସ୍ତେ ଜଣେ ଜଣେ ସୈନିକ ଏବଂ ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ ବିଜେଡି ସାଂଗଠନିକ ମୁଖ୍ୟ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।
ଅନ୍ୟପଟେ ଛାତ୍ର ମାନେ ପାଠ ପଢା ସହ ନିଜର ଜୀବନ ଶୌଳୀ ମଧ୍ୟରେ ସମାଜ ସେବା ପ୍ରତି କିଭଳି ସେମାନଙ୍କର ଅବଦାନ ରହିବ । ଏବଂ ଯୁବ ଓ ଛାତ୍ରଙ୍କୁ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ଉଦ୍ୟମ କରାଯିବା ସହ ଯୁବ ଓ ଛାତ୍ର ଏକାଠି ହେଲେ ସମାଜର ପରିବର୍ତନ ନିଶ୍ଚୟ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା
ଆଜି ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ ଯୁବ ଓ ଛାତ୍ରଙ୍କ ମନୋରଞ୍ଜନ ସକାଶେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିସହ ବିରୋଧିଙ୍କ ମିଛ ପ୍ରବଚନକୁ ଡିଜିଟାଲରେ କିଭଳି ଆଟାକ୍ କରାଯିବ ସେନେଇ ପରାମର୍ଶ ଦିଆଯାଇଥିଲା । ଏଥିରେ ବିଜେଡିର ବହୁ ଆଗଧାଡିର ନେତାମାନେ ଭର୍ଚୁଆଲ୍ ରେ ସାମିଲ ହୋଇ ଦଳକୁ ଆହୁରି ଶସକ୍ତ କରିବା ସହ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ପରାମର୍ଶ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବହୁ ସଦସ୍ୟଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱତପ୍ରବତ ଭାବେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଯୁବକ ଓ ଛାତ୍ର ମାନେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ ଏବଂ ଶଶକ୍ତ ଓଡିଶା ଗଠନ କରିବାରେ ନିଜକୁ ନିଯୋଜିତ କରିବେ ବୋଲି କହିଥିଲେ।(ରିର୍ପୋଟ: ଆଶିଷ କୁମାର ରାଉତ)