ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:୨୦୨୦ତୁଳନାରେ ଚଳିତ ବର୍ଷ ଦିଲ୍ଲୀରେ ଡେଙ୍ଗୁ ପରିସ୍ଥିତି ଆହୁରି ଖରାପ ହୋଇଛି। ସୋମବାର ପର୍ଯ୍ୟନ୍ତ ଦିଲ୍ଲୀରେ ରିପୋର୍ଟ ହୋଇଥିବା ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୦୦ ଅତିକ୍ରମ କରିଛି। ରୋଗୀମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଡାକ୍ତରଖାନା ବର୍ତ୍ତମାନ ସଂଘର୍ଷ କରୁଛନ୍ତି। ଦିଲ୍ଲୀରେ ଡେଙ୍ଗୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ ଯୋଜନା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଦିଲ୍ଲୀ ସରକାର ଏବଂ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନକୁ ନୋଟିସ ଜାରି କରିଛନ୍ତି।