ସନଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ଆଜି ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରଙ୍ଗ ବ୍ଲକ ଅରିଲୋ ଠାରେ ୩୦୦ କୋଟି ଟଙ୍କାର ଏହି ଅତ୍ୟାଧୁନିକ ସମ୍ପୂର୍ଣ୍ଣ ଅଟୋମିକ ଡାଏରୀ ପ୍ଲାଣ୍ଟକୁ ଲୋର୍କାପିତ କରିଛନ୍ତି। ଏହାମାଧ୍ୟମରେ ଓମଫେଡ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରିପାରିବେ। ଏହାଛଡା ୨ଲକ୍ଷ ଲିଟର କ୍ଷୀରରୁ ଦୁଗ୍ଧ ପାଉଡର ପ୍ରସ୍ତୁତ କରାଯାଇପାରିବ।
ଏଥିସହିତ ବିଭିନ୍ନ ପ୍ରକାର ଦୁଗ୍ଧ ଜାତ ଉତ୍ପାଦ ଯଥା ଘିଅ,ଦହି, ଲସି ,ପନୀର ଭଳି ସାମଗ୍ରୀ ପ୍ରସ୍ତୁତ ହେବାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାର ମୁଳ ଉଦ୍ଦେଶ୍ୟ ହେଉଛି ବନ୍ୟା,ବାତ୍ୟା ଓ ମହାମାରୀ ଭଳି ସମୟରେ ମଧ୍ୟ ଆଉ ଦୁଗ୍ଧ ବ୍ୟବସାୟୀ ମାନଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ। ରାଜ୍ୟର ସମସ୍ତ ଦୁଗ୍ଧ ଚାଷୀ ମାନେ ଏହି ମେଗା ପ୍ଲାଣ୍ଟ ଦ୍ବାରା ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି। ଆଗକୁ ଏହି ପ୍ଲାଣ୍ଟର କ୍ଷମତା ୧୦ଲକ୍ଷ ଲିଟରକୁ ବଢ଼ାଯିବା ସହ ଏଠାରେ ଏକ ଟ୍ରେନିଙ୍ଗ ସେଣ୍ଟର ଓ ରିସର୍ଚ୍ଚ ଭଳି କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି।