ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ତିବ୍ଦତର ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ବୁଧବାର ଦିନ ତାଇୱାନ ଗସ୍ତ ବିଷୟରେ ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିବା ବେଳେ ସେ କହିଛନ୍ତି ସେ ଭାରତରେ ରହିବା ପସନ୍ଦ କରିବେ। ତାଇୱାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସୂକ୍ଷ୍ମ ଥିବାରୁ ସେ ଭାରତରେ ରହିବାକୁ ପସନ୍ଦ କରୁଛନ୍ତି। ଏହାସହ ସେ ସୂଚନା ଦେଇଛନ୍ତି ଯେ ଚାଇନାର ନେତା ସି ଜିନପିଙ୍ଗ ସହ ତାଙ୍କର ସାକ୍ଷାତ କରିବାରେ ସେପରି କିଛ ନିର୍ଦ୍ଧିଷ୍ଟ କାରଣ ନାହିଁ।