ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଶୁଭାରମ୍ଭ ଲାଗି ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତ କରିବେ । ଏହି ଅବସରରେ ସେ ଜିଲ୍ଲାରେ ୪୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନଭେମ୍ବର ୧୨ରେ ବରଗଡ଼ ଗସ୍ତ କରିବେ ବୋଲି ଚୂଡ଼ାନ୍ତ ହୋଇଥିଲା । ମାତ୍ର , ୧୨ ତାରିଖରେ ପ୍ରଦେଶ କଂଗ୍ରେସ ଓଡ଼ିଶା ବନ୍ଦ୍ ଡାକରା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ତାରିଖ ବଦଳିଛି । ବିଭିନ୍ନ ସ୍ଥାନରେ ବିରୋଧୀଦଳ ଗସ୍ତକୁ ବିରୋଧ କରୁଥିବାରୁ ନୂଆପଡ଼ା ଜିଲ୍ଲାରେ କାର୍ଡ ବଣ୍ଟନର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ କରିଥିଲେ । ଆଗକୁ ମୁଖ୍ୟମନ୍ତ୍ରୀ କେବଳ ବରଗଡ଼ ଏବଂ ବାଲେଶ୍ବର କାର୍ଯ୍ୟକ୍ରମକୁ ଯିବେ , ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଭର୍ଚୁଆଲ କାର୍ଯ୍ୟକ୍ରମ କରାଯିବ ବୋଲି ଶୁଣିବାକୁ ମିଳୁଛି ।