ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନ ସ୍ଥିତି ଜଟିଳ ଥିବାରୁ ଗତ ଦୁଇ ବର୍ଷ ହେବ ରାଜ୍ୟରେ ପ୍ରସିଦ୍ଧ ବାଲିଯାତ୍ରାକୁ ସ୍ଥଗିତ କରାଯାଇଥିଲା। ତେବେ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଟିକିଏ ସୁଧାର ଆସୁଥିବାରୁ ଲୋକ ମାନଙ୍କମନରେ ଏକ ଆଶା କିରଣ ଦେଖାଯାଇଥିଲା ଯେ ଏହି ବର୍ଷ ବାଲି ଯାତ୍ରା ହୋଇ ପାରେ । କିନ୍ତୁ ସବୁ ଆଶା ଏବେ ମଉଳି ଯାଇଛି। ବାଲିଯାତ୍ରାକୁ ଏଥର ବି ମନା।ଏହି ଭଳି ଗଣ ସମାବେଶରେ କରୋନା ସ୍ଥିତି ବଢ଼ିବାର ଆଶା କରାଯାଉଥିବା କଟକ ପ୍ରସିଦ୍ଧ ବାଲିଯାତ୍ରାକୁ ମନା କରାଯାଇଛି। ବାଲି ଯାତ୍ରା କେବଳ ଏକ ଯାତ୍ରା ନୁହେଁ ଏହାସହ ଆମର ପରମ୍ପରା ଜଡିତ ହୋଇଛି। କିନ୍ତୁ ପରମ୍ପରା ମଣିଷ ଜୀବନ ଠାରୁ ଅଧିକ ମୁଲ୍ୟବାନ ନୁହେଁ। ତେଣୁ ସବୁ ସ୍ଥିତିକୁ ନଜରରେ ରଖି କଟକ ବାଲିଯାତ୍ରାକୁ ମନାକରିଛନ୍ତି କଟକ କଲେକ୍ଟର।