ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଏତେ ସମୟ ବ୍ୟବଧାନ ପରେ ଏକାଠି ଦେଖିବାକୁ ମିଳିଛି ଶିଳ୍ପା ଏବଂ ରାଜ ଙ୍କୁ। ଅନଲାଇନରେ ଆସିଥିବା ଚିତ୍ରରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ହିମାଚଳ ପ୍ରଦେଶର ଏକ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଦମ୍ପତି ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ – ରାଜ ଏକ ଧଳା ପାଇଜାମା ସହିତ ହଳଦିଆ କୁର୍ତ୍ତା ପିନ୍ଧିଥିବାବେଳେ ଶିଳ୍ପା ହଳଦିଆ ସାଲୱାର-କମିଜ ପିନ୍ଧିଥିଲେ । ମନ୍ଦିରରେ ଆଶୀର୍ବାଦ ପାଇବା ପରେ ରାଜ ଏବଂ ଶିଳ୍ପା ଫେରୁଥିବାର ଦେଖିବାକୁ ମିଳିଛି । ସେମାନଙ୍କ ସହିତ ସୁରକ୍ଷାକର୍ମୀମାନେ ମଧ୍ୟ ଥିଲେ। ସେମାନଙ୍କ ଗସ୍ତର ଏକ ଭିଡିଓ ମଧ୍ୟ ଅନଲାଇନରେ ପଦାକୁ ଆସିଛି। ଅନଲାଇନରେ ଚିତ୍ରରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ହିମାଚଳ ପ୍ରଦେଶର ଏକ ମନ୍ଦିର ପରିଦର୍ଶନ କରିଥିଲେ।
ଜୁଲାଇରେ ଅଶ୍ଳୀଳ ମାମଲାରେ ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ଏହାସହ ଭିଡିଓ ଉତ୍ପାଦନ ଏବଂ ଷ୍ଟ୍ରିମିଂରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଭାରତୀୟ ଦଣ୍ଡ ସଂହିତା, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ମହିଳାମାନଙ୍କର ଅଶ୍ଳୀଳ ପ୍ରତିନିଧୀତା (ନିଷେଧ) ଅଧିନିୟମ ଅନୁଯାୟୀ ବୁକ୍ କରାଯାଇଥିଲା। ଗତ ସପ୍ତାହରେ ରାଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ କରିଥିଲେ।ବହୁ ସମୟ ବ୍ୟବଧାନରେ ପୂଣି ଏକାସହ ନଜର ଆସିଛନ୍ତି ଏହି ଯୋଡି।