ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର :ନଭେମ୍ବର ୨୯ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେସନ ଡିସେମ୍ବର ୨୩ରେ ଶେଷ ହେବ । ସଂସଦର ଶୀତ ଅଧିବେଶ ନ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ଵ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଏହି ସମୟ ଧାର୍ଯ୍ୟ କରିଛି । ଅଧିବେଶନ ସମୟରେ ୨୦ଟି କାର୍ଯ୍ୟଦିବସ ରହିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପୂର୍ବ ଅଧିବେଶନଗୁଡିକ ଭଳି ଆଗାମୀ ଶୀତ ଅଧିବେଶନ ମଧ୍ୟ କରୋନା କଟକଣା ମଧ୍ୟରେ ଚାଲିବ। ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟଙ୍କ କରୋନା ନମୁନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ଏବଂ ଏହି ଅଧିବେଶନ କରୋନା କଟକଣା ମଧ୍ୟରେ ହେବ।