ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସମ୍ବଲପୁର ପରେ ଏବେ କଲାହାଣ୍ଡିରେ ବଣ୍ଟାଯିବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ । ଏହି କାର୍ଡ ସ୍ୱାସ୍ଥ୍ୟର ଯତ୍ନ ପାଇଁ ଯଥେଷ୍ଟ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିବାସୀଙ୍କୁ ବିଏସ୍ୱାଇ ସ୍ମାର୍ଟ କାର୍ଡ ପ୍ରଦାନ କରିବେ । ଗରିବଙ୍କ ଆଶା ବାଡ଼ି ସାଜିଛି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା । ବିଭିନ୍ନ ଜଟିଳ ରୁ ଜଟିଳ ରୋଗରେ ପୀଡ଼ିତ ହିତାଧିତକାରୀ ଏହି କାର୍ଡ ଜରିଆରେ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି । ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କଳାହାଣ୍ଡିରେକରିବାକୁ ଅପେକ୍ଷା କରିଛନ୍ତି । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟକ୍ଷେତ୍ରରେ ଡିଜିଟାଲ କାର୍ଡ ପ୍ରଚଳନ କରିଛି । ରାଜ୍ୟରେ ସାଢ଼େ ୩କୋଟି ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଯୋଜନାରେ ପୁରୁଷମାନଙ୍କ ପାଇଁ ୫ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ରହିଛି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଏହି ସୁବିଧା ମିଳିବ ।