ସନଷ୍ଟାର ଟିଭି ବ୍ୟୁରୋ
ଚଣ୍ଡିଗଡ଼: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଶାସିତ ପଞ୍ଜାବ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ରିହାତି ଦେଇଛି। ପଞ୍ଜାବରେ ପେଟ୍ରୋଲ ଦର ୧୦ ଟଙ୍କା ଏବଂ ଡିଜେଲ ୫ଟଙ୍କା ହ୍ରାସ କରାଯିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି କହିଛନ୍ତି ଯେ ଏହା ୭୦ ବର୍ଷ ମଧ୍ୟରେ କେବେ ହୋଇ ନାହିଁ।
ପଞ୍ଜାବରେ ପେଟ୍ରୋଲ ଶସ୍ତା ହୋଇଛି। ଦିଲ୍ଲୀ ତୁଳନାରେ ପଞ୍ଜାବରେ ପେଟ୍ରୋଲ ବର୍ତ୍ତମାନ ୯ ଟଙ୍କା କମ୍ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।