ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଆସୁଛି ଆଉ ଏକ ଲଘୁଚାପ। ଏହି ଲଘୁଚାପ କ୍ଷେତ୍ର ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଆସନ୍ତା ୯ ତାରିଖରେ ସୃଷ୍ଟି ହେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟୁଇଟ୍ କରି ସୂଚନା ଦେଇଛି । ଏହା କେଉଁ ଦିଗରେ ଗତି କରିବ ଓ ପ୍ରଭାବ କ’ଣ ରହିବ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ରାଜ୍ୟର କେତେକ ଅଞ୍ଚଳରେ ୨ ରୁ ୩ ଦିନ ଯାଏ ବର୍ଷା ଲାଗି ରହିବ । ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୯ରେ ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିଲା । ଲଘୁଚାପ ସହ ସମାନ୍ତରାଳ ଭାବେ ଏକ ଘୂଣ୍ଣବଳୟ ମଧ୍ୟ ସୃଷ୍ଟି ହୋଇଥିଲା ।