ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦୀପାବଳି ପାଳନ କରିବାର ସମସ୍ତଙ୍କର କିଛି ଅଲଗା ଏବଂ ନିଆରା ଉପାୟ ରହିଛି। ସେହିପରି କିଛି ନିଆରା କରିବାର ଉଦ୍ଦେଶ୍ୟ ଆପଣଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରିଥାଏ। ଏଥର ଦୀପାବଳି ଲୋକ ମାନେ ମାଟିଦୀପ କୁ ଅଧିକ ପ୍ରାଧ୍ୟାନ୍ୟ ଦେଇଥିଲେ। ସେଥିପାଇଁ ବଜାର ରେ ଦେଖିବାକୁ ମିଳିଥିଲା ଭଳିକି ଭଳି ଦୀପ। ମାଟି କାରିଗର ମାନେ ନିଜ ହାତର ଯାଦୁରେ ଏପରି ଦୀପ କରିଥିଲେ ଯାହାକୁ ଦେଖି ଗ୍ରାହକ ମାନେ ନିଜକୁ ଅଟକାଇ ନପାରି ନିଜ ସହ କିଣି ନେଇଥିଲେ। ମାଟି ଦୀପ ତିଆରି କରି ବହୁ ମାଟି କାରିଗର ମାନେ ତାଙ୍କର ଜୀବିକା ପରିବହନ କରୁଛନ୍ତି ତ ଆଉ କିଏ ନିଜର କଳା ପ୍ରତିଭାକୁ ବାଣ୍ଟୁଛନ୍ତି । ତେବେ ଏପରି କିଛି ଭିନ୍ନ କରିଛନ୍ତି ଜଟଣୀର ଏଲ୍.ଈଶ୍ୱର ରାଓ। ସେ ତିଆରି କରିଛନ୍ତି ୭୫୦ ଏମ୍ଏଲ୍ କାଚ ବୋତଲରେ ମାଟି ଦୀପ ଷ୍ଟାଣ୍ଡ । ଯାହାକୁ ତିଆରି କରିବା ଲାଗି ସେ ମୋଟ ୫ଦିନ ସମୟ ନେଇଥିଲେ। ଏହି କାଚ ବୋତଲ ଭିତରେ ଲ୍ୟାମ୍ପର ଉଚ୍ଚତା ୫ଇଞ୍ଚ ଓ ଚଉଡା ୩.୫ ଇଞ୍ଚ ରହିଛି । ଏମିତି ଏକ ଛୋଟ କଳାକୃତି କରି ସେ ଦୀପାବଳିରେ ମାଟି ଦୀପ ବ୍ୟବହାର କରିବାକୁ ବାର୍ତ୍ତା ଦେଇଛନ୍ତି ।