ସନଷ୍ଟାର ଟିଭି ବ୍ୟୁରୋ
ଶ୍ରୀନଗର: ଆତଙ୍କବାଦୀମାନେ ଶ୍ରୀନଗରର ଏକ ଡାକ୍ତରଖାନାରେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ ଏବଂ ପରେ ସେମାନଙ୍କ ମଧ୍ୟରେ ସଂକ୍ଷିପ୍ତ ଗୁଳି ବିନିମୟ ହୋଇଥିଲା। ଶେର ଇ କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SKIMS) ନିକଟରେ ଏହି ଘଟଣା ଘଟିଛି। ପୋଲିସକୁ ଡାକ୍ତରଖାନା ଏବଂ ହଷ୍ଟେଲକୁ ବନ୍ଦ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଶ୍ରୀନଗର ପୋଲିସ କହିଛି ଯେ ଏହି ଅଞ୍ଚଳରେ ସାଧାରଣ ନାଗରିକଙ୍କ ଉପଯୋଗ କରି ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଥିଲେ।
“ବେମିନା, SKIMS ହସ୍ପିଟାଲରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂକ୍ଷିପ୍ତ ଅଗ୍ନି ସଂର୍ଘଷ ହୋଇଥିଲା। ସାଧାରଣ ନାଗରିକଙ୍କ ଉପଯୋଗର ସୁଯୋଗ ନେଇ ଆତଙ୍କବାଦୀମାନେ ଏଥିରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ ବୋଲି ଶ୍ରୀନଗର ପୋଲିସ ଟ୍ୱିଟ କରି କହିଛି। ଯେ ନିକଟରେ ହୋଇଥିବା ସାଧାରଣ ନାଗରିକ ହତ୍ୟା ପରେ ଉପତ୍ୟକାର ସଂଖ୍ୟାଲଘୁ ସମ୍ପ୍ରଦାୟର ତଥା ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଏହା ପ୍ରଥମ ଆତଙ୍କବାଦୀ ଆକ୍ରମଣ। ଟାର୍ଗେଟରେ ହତ୍ୟା ପରେ ସୁରକ୍ଷା ବାହିନୀ ଦ୍ବାରା ଆତଙ୍କବାଦ ବିରୋଧୀ କାର୍ଯ୍ୟ କରାଯାଇଥିଲା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିକଟରେ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ପ୍ରଥମ ଥର ପାଇଁ ଧାରା ୩୭୦ ରଦ୍ଦ ହେବା ପରେ ଘୋଷଣା କରିଥିଲେ ଯେ ଏହି ଅଞ୍ଚଳର ସ୍ଥିତି ସୁଧାରିବା ପାଇଁ ସେ ପାକିସ୍ତାନ ନୁହେଁ କାଶ୍ମୀରର ଯୁବକମାନଙ୍କ ସହ କଥା ହେବେ।