ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି : ଗତକାଲି ଅମାବାସ୍ଯା ତିଥି ଥିବାରୁ ସମୁଦ୍ର ଜୁଆରରେ ଫୁଲି ଉଠିଥିଲା । ଚାନ୍ଦବାଲି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀ, ଏପରିକି ଦୈନନ୍ଦିନ ପରି ମୁଆଁ ଗାଁର ମତ୍ସ୍ଯଜିବୀମାନେ ରାତିପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ମାଛ ମାରିବା ପାଇଁ ଯାଇଥିଲେ । ହେଲେ ନଦୀରେ ମତ୍ସ୍ଯଜିବୀମାନେ ଜାଲ ମାରୁଥିବା ବେଳେ ହଠାତ ଦେଖିବାକୁ ପାଇଥିଲେ ୧୫\୧୬ଫୁଟର କୁମ୍ଭୀର। କୁମ୍ଭୀର ଏପରି ହିଂସ୍ର ଥିଲା ସେମାନଙ୍କ ପାଟି ଶୁଣି କୁମ୍ଭୀର ବାରମ୍ବାର ଝାମ୍ଫ ମାରିଥିଲା। କୁମ୍ଭୀରକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ କୁମ୍ଭୀର ସେ ସ୍ଥାନ ଛାଡି ଯାଇନଥିଲା। ଫଳରେ ମତ୍ସ୍ଯଜିବୀମାନେ ଜୀବନ ବଞ୍ଚାଇବାକୁ ଯାଇ ନଦୀରେ ଜାଲ ଛାଡି ଡଙ୍ଗା ନେଇ ପଳାଇ ଆସିଥିବା ଜଣାଯାଇଛି । ସବୁଠାରୁ ବଡ଼ କଥା କେତେବେଳେ ଗୃହପାଳିତ ପଶୁ ତ ଆଉ କେତେବେଳେ ମଣିଷଙ୍କୁ କୁମ୍ଭୀର ଝାମ୍ପି ନେଉଥିବା ବେଳେ କେବଳ ସଚେତନତା ଫଳକ ମାରି ଚୁପ ବସିଛି ବନଖଣ୍ଡ ବିଭାଗ।(ରିପୋର୍ଟ :ପ୍ରଶାନ୍ତ କୁମାର ପାଣି)