ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଆଲୋକର ପର୍ବ ହେଉଛି ଦୀପାବଳି । ଭାରତରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହୁଏ । ଏଥିରେ ଦୀପାବଳିର ମହତ୍ଵ ସର୍ବୋଚ୍ଚ ଓ ମହନୀୟ । ଜାତୀୟ ପର୍ବ ଦୀପାବଳିର ପାଳନ ମୂଳର ଅନେକ ପୌରାଣିକ କାହାଣୀ ଓ ପ୍ରସଙ୍ଗ ଥିଲେ ସୁଦ୍ଧା ରାମଚନ୍ଦ୍ରଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମୟ ସୁଖଦ ସ୍ମୃତି ଓ ରାମାଭିଷେକ ପର୍ବ ଜଡ଼ିତ। ବାସ୍ତବରେ ରାବଣ ରୂପୀ ଅନ୍ଧକାରକୁ ନାଶକରି ଅଯୋଧ୍ୟକୁ ଫେରିଥିବା ଆଲୋକରୂପୀ ସତ୍ୟନିଷ୍ଠ ରାମଚନ୍ଦ୍ରଙ୍କୁ ରାଜପଦରେ ଅଭିଷିକ୍ତ କରି ଅଯୋଧ୍ୟାବାସୀ ଦୀପାଲୋକରେ ଭବ୍ୟ ସମର୍ଥନା ଉତ୍ସବ ପାଳନ କରିଥିଲେ। ଇତିହାସ ପୃଷ୍ଠା ଉନ୍ମୋଚନ କଲେ ଦୀପାବଳିର ମହତ୍ତ୍ଵ ଓ ବୈଚିତ୍ର ପରିଷ୍ଟ ହୁଏ । ଭାରତରେ ଦୀପାବଳିକୁ ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ କରିଥାନ୍ତି । ପ୍ରକୃତ ଅର୍ଥରେ ଆଲୋକପର୍ବ ଦୀପାବଳି ଅନ୍ଧକାର ଉପରେ ବିଜୟ ପର୍ବ । ଆବାଳବୃକ ବନିତା ସମସ୍ତେ ଏହିଦିନ ମାଟି ଦୀପରେ ତେଳ ବଳିତା ଦେଇ ଦୀପ ଜଳାଇଥାନ୍ତି। ତେବେ ଏହି ବର୍ଷ କରୋନ କଟକଣା ମଧ୍ୟରେ ପାଳନ ହେବ ଦୀପାବଳି।କେବଳ ଫୁଟିବ ସବୁଜ ବାଣ। ତେବେ ଆପଣ ବି ଘରେ ରହି ସଚେତନାତର ସହ ପାଳନ କରୁନ୍ତୁ ଦୀପାବଳି। ସନଷ୍ଟାର ଟିଭି ତରଫରୁ ଆପଣ ସମସ୍ତଙ୍କୁ ଶୁଭ ଦୀପାବଳି। ଘରେ ରୁହନ୍ତୁ ସତର୍କ ରୁହନ୍ତୁ।