ସନଷ୍ଟାର ଟିଭି ବ୍ୟୁରୋ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଗଞ୍ଜାମ ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ଵର୍ଗ ଅଧିନସ୍ତ କର୍ମଚାରୀ ଙ୍କ ପାଇଁ ଗତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତିର ସମସ୍ତ ସୁବିଧା ସୁଯୋଗ ଓଡିଶାର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଙ୍କୁ ପ୍ରଦାନ, ଚୁକ୍ତି ନାମା ନିୟମ ରେ ସାମିଲ, କନିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ଅତୀ କୁଶଳୀ ହୋଇଥିବାରୁ ସର୍ବନିମ୍ନ ଦରମା ୧୬ହଜାର କରାଯାଇ ,୨୦୧୬ ମସିହାରୁ ଏହାକୁ ଲାଗୁ କରିବା ପାଇଁ ଦାବିପତ୍ର ରେ ଉଲେଖ କରାଯାଇଛି। ସଙ୍ଘର ସଭାପତି ପଲ୍ଲବୀ ଷଡ଼ଙ୍ଗୀ,ସଂପାଦିକା ସ୍ଵାଗତିକା ଦଳେଇ,ହେନା ଦେହୁରୀ, ରେଖା ସିଂଙ୍ଗ ସବିତା ନାୟିକ, ଅମିତା ମଣୀ ନାୟିକ,ଝୁନୁ ପାଇକ ସମେତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।(ରିର୍ପୋଟ:ସୁନୀଲ କୁମାର ଦାସ)