ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ସୁସ୍ଥ ହେବାପରେ ଏମ୍ସରୁ ରବିବାର ଘରକୁ ଫେରିଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି ବୋଲି ଏମ୍ସ ଡାକ୍ତରୀଦଳ କହିଛନ୍ତି । ୮୯ ବର୍ଷୀୟ ମନମୋହନ ଡେଙ୍ଗୁରେ ଆକ୍ରାନ୍ତ ହେବାପରେ ଅକ୍ଟୋବର ୧୩ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେପଟେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାବେଳେ ଡାକ୍ତରୀଦଳ ଅସ୍ତ୍ରୋପଚାର ଜରିଆରେ ଏହାକୁ ଭଲ କରିଥିଲେ । ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ତାଙ୍କୁ ଭେଟିବାକୁ ଯାଇଥିଲେ ।