ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଷ୍ଟ୍ରୀୟ ଏକତା ଦିବସ ତଥା ଏକତାର ପ୍ରତୀକ, ମହାନ ରାଷ୍ଟ୍ର ନାୟକ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଭାରତକୁ ଏକ ଶକ୍ତିଶାଳୀ ଦେଶ ଭାବେ ଗଢିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ। ଏହି ଦିନରେ ପୋଲିସ ଅଧିକାରୀ ମାନେ ଶପଥ ନେଇଛନ୍ତି। ଶପଥ ନେଇ ପୋଲିସ ଅଧିକାରୀ ମାନେ କହିଛନ୍ତି ଯେ ରାଷ୍ଟ୍ରୀୟ ଏକତା ଦିବସରେ ଶପଥ ଅବସରରେ ସତ୍ୟନିଷ୍ଠାରେ ଶପଥ ନେଉଛି କି ରାଷ୍ଟ୍ରର ଏକତା , ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବି ଏବଂ ଆମର ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତା ପ୍ରଚାର କରିବା ପାଇଁ ସମ୍ପୂର୍ଣ ପ୍ରୟାସ କରିବି । ମୁଁ ଏହି ଶପଥ ମୋର ଦେଶର ଏକତାର ଭାବନାରୁ ନେଉଛି ଯାହାକି ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦର୍ଶିତା ଏବଂ କାର୍ଯ୍ୟ ଦ୍ବାରା ସମ୍ଭବ ହୋଇପାରିଥିଲା । ମୁଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବା ପାଇଁ ନିଜର ଯୋଗଦାନ ଲାଗି ମଧ୍ୟ ସତ୍ୟନିଷ୍ଠା ସହିତ ସଙ୍କଳ୍ପ କରୁଛି ।