ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ନଭେମ୍ବର ମାସ ପାଇଁ କେନ୍ଦ୍ର ସରକାର କରୋନା ମାର୍ଗଦର୍ଶିକା ଜାରି କରିଥିବାବେଳେ ଏହାକୁ ଅନୁପାଳନ କରି ବେସାମରିକ ବିମାନ ଚଳାଚଳ ମହା ନିର୍ଦେଶାଳୟ ପକ୍ଷରୁ ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବ ଉପରେ ପ୍ରତିବନ୍ଧକ ଲଗାଯାଇଛନ୍ତି। ମହାନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜରିଆରେ କୁହାଯାଇଛି ଯେ ନଭେମ୍ବର ପହିଲାରୁ ୩୦ ତାରିଖ ରାତି ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ଓ ବିଦେଶରୁ ଭାରତକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିବ । ତେବେ କିଛି ନିର୍ଦ୍ଧିଷ୍ଟ ମାର୍ଗରେ ଅନୁମୋଦନପ୍ରାପ୍ତ ବିମାନ ଚଳାଚଳ କରିବ । ଯାତ୍ରୀବାହୀ ବିମାନ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କାରଗୋ ବିମାନ ସେବାକୁ ଏଥିରୁ ବାଦ ଦିଆଯାଇଛି ।