ସନ୍ଷ୍ଟାର ଟିଭି ବ୍ୟୁରୋ
ଜଗତସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବରିଷ୍ଠ କିରାଣୀ ସଂଯୁକ୍ତା ଦାଶ । ଜଗତ୍ସିଂହପୁରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ । ସଂଯୁକ୍ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ୪ଟି ସ୍ଥାନରେ ଚଢ଼ାଉ କରିଛି ।
ଭିଜିଲାନ୍ସ ଜଗତ୍ସିଂହପୁର ଜିଲ୍ଲାର ତରିକୁନ୍ଦସ୍ଥିତ ସାତପୁରାରେ ଥିବା ସଂଯୁକ୍ତାଙ୍କ ୨ ମହଲା ବିଶିଷ୍ଟ ବାସଭବନରେ, ପାଣିସାଳିଆରେ ଥିବା ଦୁଇ ମହଲା ବିଶିଷ୍ଟ ଘରେ, କଟକର ମହାନଦୀ ବିହାରରେ ଥିବା ୩ ବିଏଚ୍କେ ଫ୍ଲାଟ୍ରେ ଓ ଜଗତ୍ସିଂହପୁରରେ ଥିବା ସବ୍-କଲେକ୍ଟରଙ୍କ କାର୍ଯ୍ୟାଳୟର ଅଫିସ୍ ରୁମ୍ରେ ଚଢ଼ାଉ କରିଥିବା ସୂଚନା ରହିଛି।