ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତର ପ୍ରଥମ ଦିନରେ ସେ ପାରାଦୀପ ବନ୍ଦର ଓ ତାଳଚେରର କଣିହାଁ ସ୍ଥିତ ଏନ୍ଟିପିସି କାରଖାନା ପରିଦର୍ଶନ କରିବେ । ଏହାପରେ ଶୁକ୍ରବାର ଦିନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖଣି ଅଧିକାରୀମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସେ ଯୋଗଦେବେ । ସେହିଦିନ ସେ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ( ଏମ୍ସିଏଲ୍ ) ଓ ନାଲ୍କୋର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାର ସମୀକ୍ଷା କରିବେ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ପରେ ସେ କିଛି ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ନୂଆଦିଲ୍ଲୀ ଫେରିଯିବେ।