ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ : ଦେଶରେ ସର୍ବୋଚ୍ଚ ସ୍ତରରେ ବିକ୍ରି ହେଉଛି ଡିଜେଲ୍ ଓ ପେଟ୍ରୋଲ୍ । ବର୍ତ୍ତମାନ ଦର ଆକାଶଛୁଆଁ ରହିଛି । ସରକାର ଷ୍ଟକ୍ ନିର୍ଦ୍ଧାରିତ କଲା ପରେ ମଧ୍ୟ ଖାଇବା ତେଲ ଦର ନୂଆଦର ଆଜିଠାରୁ ଲାଗୁ ହୋଇଛି। ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୭.୯୪ ଓ ଡିଜେଲ୍ ଦର ଲିଟର ପ୍ରତି ୯୬.୬୭ ଟଙ୍କାରେ ପହଞ୍ଚିଛି । ଅପରପକ୍ଷରେ ମୁମ୍ବାଇରେ ପେଟ୍ରୋଲ୍ ୧୧୩.୮୦ ଓ ଡିଜେଲ୍ ୧୦୪.୭୫ , କୋଲକାତାରେ ପେଟ୍ରୋଲ୍ ୧୦୮.୪୫ ଓ ଡିଜେଲ୍ ୯୯.୭୮ , ଚେନ୍ନାଇରେ ପେଟ୍ରୋଲ୍ ୧୦୪.୮୩ ଓ ଡିଜେଲ୍ ୧୦୦.୯୨ ଟଙ୍କା ରହିଛି । ଠିକ୍ ସେହିପରି ଭୁବନେଶ୍ୱରରେ ପେଟ୍ରୋଲ୍ ୧୦୯.୨୫ ଓ ଡିଜେଲ୍ ୧୦୫.୮୪ ଟଙ୍କା। ଏଥିପାଇଁ ଦେଶର ସାଧାରଣ ଜନତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି ।