ସନଷ୍ଟାର ଟିଭି ବ୍ୟୁରୋ
ଜେନିଭା: ଭାରତ ବାୟୋଟେକ୍ ଦ୍ଵାରା ପ୍ରସ୍ତୁତ କୋଭିଡ୍ ଟିକା କୋଭାକ୍ସିନ୍କୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ( ହୁ ) ର ସ୍ବୀକୃତି ମିଳିପାରେ ବୋଲି ଜଣାପଡୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ଗ୍ରହଣୀୟ ହୋଇ ପାରୁ ନାହିଁ । କମ୍ପାନୀ ପକ୍ଷରୁ ପ୍ରଦତ୍ତ ସମସ୍ତ ତଥ୍ୟାବଳୀକୁ ହୁ ବୈଷୟିକ ପରାମର୍ଶଦାତା କମିଟି ପକ୍ଷରୁ ସମୀକ୍ଷା କରାଯାଉଛି । ଯଦି ମିଳିଥିବା ତଥ୍ୟ ଗ୍ରହଣୀୟ ହୁଏ , ତେବେ ୨୪ ଘଣ୍ଟାରେ କୋଭାକ୍ସିନ୍କୁ ସ୍ବୀକୃତି ମିଳିପାରେ ବୋଲି ହୁ ମୁଖପାତ୍ର ମାର୍ଗାରେଟ୍ ହାରିସ କହିଥିଲେ କିନ୍ତୁ ମିଳିଥିବା ସୂଚନା ପର୍ଯ୍ୟାପ୍ତ ନୁହେଁ ବୋଲି ସୂଚନା ମିଳିଛି । ଚଳିତବର୍ଷ ଜାନୁଆରୀରୁ ଭାରତରେ କୋଭିଡ୍ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇତିମଧ୍ୟରେ ଦେଶରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଡୋଜ୍ ପ୍ରଦାନ କରାଯାଇଥିବାବେଳେ ତନ୍ମଧରେ କୋଭାକ୍ସିନ୍ ଅନ୍ୟତମ । ତେବେ କୋଭାକ୍ଟିନକୁ ହୁ ସ୍ଵୀକୃତି ମିଳିନଥିବାରୁ ବିଦେଶଯାତ୍ରା କରୁଥିବା ଭାରତୀୟଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ହୁ ସ୍ବୀକୃତି ବିନା କୋଭାଙ୍ଗିନ ଟିକାକୁ ବିଦେଶୀ ରାଷ୍ଟ୍ର ଅନୁମୋଦନ କରୁନାହାନ୍ତି । ହୁ ସ୍ବୀକୃତି ପାଇବାକୁ ଭାରତ ବାୟୋଟେକ୍ ଚଳିତବର୍ଷ ଜୁଲାଇରୁ ଉଦ୍ୟମ ଜାରି ରଖୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସଫଳତା ହାସଲ କରିପାରିନାହିଁ ।