ସନ୍ଷ୍ଟାର ଟିଭି ବ୍ୟୁରୋ
ହିମାଚଳ ପ୍ରଦେଶ: ବଲିଉଡ ଅଭିନେତା ତଥା ପଞ୍ଜାବର ଗୁରୁଦାସପୁର ବିଜେପି ସାଂସଦ ସନ୍ନି ଦେଓଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତି ଏ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି । ଅଭିନେତାରୁ ନେତା ବନିଥିବା ସନ୍ନିଦେଓଲ କିଛି ଦିନ ହେଲା ହିମାଚଳର କୁଲୁରେ ଥିଲେ । ସେ ତାଙ୍କ ବନ୍ଧୁଙ୍କ ସହ ମୁମ୍ବାଇ ଯିବାକୁ ଯୋଜନା କରୁଥିବାବେଳେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ତେବେ ସେ ଏବେ ନିଜକୁ ଆଇସୋଲେସନରେ ରଖିଛନ୍ତି ଓ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ୬୪ ବର୍ଷିୟ ସନ୍ନି ଦେଓଲ କିଛି ଦିନ ତଳେ କାନ୍ଧରେ ସର୍ଜରୀ କରିଥିଲେ ।
କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସନ୍ନି ଦେଓ୍ଵଲ ଟ୍ଵିଟ କରି କହିଛନ୍ତି ଯେଉଁ ଲୋକମାନେ ଗତ କିଛି ଦିନ ହେବ ମୋ ସହିତ ମିଶିଛନ୍ତି ବା ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନିଅନ୍ତୁ ।
मैंने कोरोना टेस्ट करवाया और रिपोर्ट पॉजिटिव आई है। मैं एकांतवास में हूं और मेरी तबीयत ठीक है। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Sunny Deol (@iamsunnydeol) December 2, 2020