ସନଷ୍ଟାର ଟିଭି ବ୍ୟୁରୋ
ମୁନିଗୁଡା: ପୁଣି ଲାଗିଲା ମାଓ ପୋଷ୍ଟର । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡାବାଲି ଶିବ ମନ୍ଦିରକୁ ଯିବା ରାସ୍ତାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ଓ ଆମ୍ବ ଗଛରେ ୫ ଟି ମାଓ ପୋଷ୍ଟର ଲାଗିଥିବା ଦେଖାଯାଇଛି । ଉକ୍ତ ମାଓ ପୋଷ୍ଟରେ ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ମମିତା ହତ୍ୟାକାରୀ ନବୀନ ସରକାର ନୈତିକ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ,ମମିତାର ହତ୍ୟା ପଛରେ ହାତ ଥିବା ଉଚ୍ଚ ସ୍ତରର ଅଫିସର,ରାଜନେତା ଓ ପୋଲିସ ବଳକୁ କଠୋର ଦଣ୍ଡ ଦିଆଯାଉ ଓ ମମିତ ମେହେର ହତ୍ୟା ହୋଇଥିବାରୁ ସମ୍ପର୍କୀୟ ଜଣଙ୍କୁ ଚାକିରୀ ଏବଂ ୫୦ ଲକ୍ଷ୍ୟ ଟଙ୍କା କ୍ଷତି ପୂରଣ ଦିଆଯାଉ ବୋଲି ଉଲ୍ଲେଖ ଥିବା ବେଳେ ଏହି ମାଓ ପୋଷ୍ଟର ସିପିଆଇ ମାଓବାଦୀ ବଂଶଧାରା ଘୁମୁସୁରା ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲେଖାଯାଇଥିବା ଜଣାପଡିଛି । ତେବେ ଏହି ମାଓ ପୋଷ୍ଟର ଅସଲି କି ନକଲି ତାହା ଜଣାପଡିନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଯବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।