ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର :ଭୁବନେଶ୍ବର କୃଷି ଭବନରେ ସବୁଜ କୃଷି ପ୍ରକଳ୍ପ ଉଦଘାଟିତ। କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଏହି ସମାରୋଧ ଦୀର୍ଘ ୩ଦିନ ଧରି ଚାଲିବ।ଏହି ପ୍ରକଳ୍ପ ଦ୍ବାରା କୃଷି କ୍ଷେତ୍ରରେ ସ୍ଥାୟୀତ୍ବ ଦେଖା ଦେବା ସହ ଏହି କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ଘଟିବ। ଏହି ପ୍ରକଳ୍ପ ସାହାର୍ଯ୍ୟରେ ରାଜ୍ୟରେ ଖାଦ୍ୟ ନିରାପତ୍ତା ପରିବେଶର ହିତ ସାଧନ ସହ ଭାରତର କୃଷି କ୍ଷେତ୍ରରେ ଏହା ଭିନ୍ନତା ଆଣିବ। ବିଲୁପ୍ତ ପ୍ରଜାତି, କୃଷି କ୍ଷେତ୍ରରେ ଅଗ୍ରତି ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି। ଏହାସହ ଏହି ପ୍ରକଳ୍ପ ଦ୍ବାରା ଲୋକଙ୍କର ଆଞ୍ଚଳିତ ଉନ୍ନତି ହୋଇ ପାରିବ। ବିଭିନ୍ନ ବିଭାଗକୁ ମିଶାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରାଯିବ। ଏଥିରେ ପ୍ରକଳ୍ପ ଅଧିନରେ ଶିମିଳିପାଳକୁ ଅନ୍ତର୍ଭୁକ୍ତ କରାଯାଇଛି।