ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଗାଁ ସାଥୀଙ୍କୁ କୋଭିଡ୍ ସହାୟତା , ମାସକୁ ୧୦ ଦିନ ଗ୍ୟାରେଣ୍ଟି ପାଉଣା ସହ କାମ , ମନରେଗା କାର୍ଡଧାରୀଙ୍କୁ ବର୍ଷକୁ ୨ ଶହ ଦିନ କାମ ଓ ଦୈନିକ ମଜୁରି ବୃଦ୍ଧି ଦାବିରେ ଗାଁ ସାଥୀ ( ମେଟ୍ ) ସଂଘ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବି ନେଇ ଲୋୟର ପିଏମଜି ଠାରେ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ବାଳଙ୍କ ନେତୃତ୍ବରେ ବଲାଙ୍ଗୀର ଜିଲ୍ଲାର ଏକାଧିକ ଗାଁ ସାଥୀ ଘାସ ଚୋବାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀ ବିଶ୍ବାଳ କହିଛନ୍ତି ଯେ , ଆର୍ଥିକ ଅନଟନକୁ ସହ୍ୟ କରିନପାରି ଆମେ ଘାସ ଅଭିନବ ପ୍ରତିବାଦ ଚୋବାଉଛୁ । ଗତ ସେପ୍ଟେମ୍ବର ୭ ତାରିଖରେ ପଞ୍ଚାୟତିରାଜ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ୫ ଦଫା ସମ୍ବଳିତ ଦାବିପତ୍ର ଦେଇଥିଲୁ । ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ । କିନ୍ତୁ ଏତେ ଦିନ ଗଲା ପରେ ମଧ୍ୟ ଏହାର ସମାଧାନ ହୋଇନଥିବାରୁ ଆନ୍ଦୋଳନକୁ ତୀବ୍ରତର କରାଯିବ । ପ୍ରତିଦିନ ଗୋଟିଏ ଗୋଟିଏ ଜିଲ୍ଲାରୁ ସଂଘର କର୍ମୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବିକ୍ଷୋଭ ପରେ ଏକ ପ୍ରତିନିଧି ମଣ୍ଡଳୀ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ପୁନଃ ଦାବିପତ୍ର ଦେଇଛନ୍ତି ।