ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ବହିଲାଣି ନିର୍ବାଚନୀ ହାୱା। ଏହାକୁ ନେଇ ଜୋର ଧରିଛି ଦଳୀୟ ରାଜନୀତି । ପ୍ରଥମେ ପଞ୍ଚାୟତ ଭୋଟ। ତା ପରେ ହେବ ପୌର ଭୋଟ। ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ପ୍ରସ୍ତୁତ ହୋଇଛି ରୂପରେଖ। ସଂରକ୍ଷଣ ବ୍ୟବସ୍ଥା କିଭଳି ହେବ। ତା ସହ କେଉଁଠୁ କେଉଁ ଯାଏଁ ସୀମା ନିର୍ଦ୍ଧାରଣ ହେବ। ତାର ବ୍ଲୁ ପ୍ରିଣ୍ଟ ସରିଛି। ନଭେମ୍ବର ୯ ତାରିଖରୁ ଏହାର ଅଭିଯୋଗକାରୀଙ୍କର ମତାମତ ଗ୍ରହଣ କରାଯିବ । ନଭେମ୍ବର ୧୮ ତାରିଖ ମତାମତ ଦାଖଲର ଶେଷ ଦିନ। ସେହିପରି ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ୨୯ ନଭେମ୍ବରରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ ବୋଲି ନଗର ଉନ୍ନୟନ ଭିବାଗ ପକ୍ଷରୁ ସୂଚନାଦିଆଯାଇଛି।( ରିପୋର୍ଟ: ଆଶିଷ କୁମାର ବାରିକ)