ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ବେଳାଭୂମିରୁ ମିଳିଛି ଏକ ବିରଳ ଭାସମାନ ପଥର । ଏହାକୁ ‘ ଶ୍ରୀରାମ ଶିଳା ’ ବୋଲି କେତେକ ବରିଷ୍ଠ ବ୍ୟକ୍ତି ମତପୋଷଣ କରିଛନ୍ତି । ଏହା ତ୍ରେତୟା ଯୁଗର ବୋଲି କୁହାଯାଉଛି । ସେତୁବନ୍ଧରେ ଏହି ପ୍ରକାର ଭାସମାନ ପଥର ବ୍ୟବହାର କରାଯାଇଥିଲା ବୋଲି ସେମାନଙ୍କ ମତ । ଏହି ଭାସମାନ ପଥରକୁ ନେଇ ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀରେ ପରୀକ୍ଷା କରାଯାଇଛି । ସେଠାରେ ମଧ୍ୟ ଏହି ପଥର ଭାସୁଥିବା ଦେଖିବାକୁ ମିଳିଛି । ଗତକାଲି ଦୁର୍ଗା ମୂର୍ତ୍ତି ବିସର୍ଜନ କରିବା ସମୟରେ ପୁରୀର ଜଣେ ବ୍ୟକ୍ତି ସମୁଦ୍ରରୁ ଏହି ଭାସମାନ ଶିଳା ପାଇଛନ୍ତି । ତେବେ ଏହି ପଥର ଦେଖିବା ପାଇଁ ବହୁ ଲୋକଙ୍କର ଭିଡ ଜମିଥିଲା।