ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବେସରକାରୀ ଇଞ୍ଜିନିୟରିଂ ନାମଲେଖାଇବା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇ ଯାଉଛି । ଏ ସଂକ୍ରାନ୍ତରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଓଜେଇଇ ) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବି.ଟେକ , ବି.ଆର୍କ , ବି.ପ୍ଲାନ , ଇଣ୍ଟିଗ୍ରେଟେଡ ଏମ . ଏସସି ଏବଂ ବି – କ୍ୟାଟ ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷା ହୋଇଥିଲା । ରାଙ୍କ ପାଇଥିବା ଛାତ୍ରଛାତ୍ରୀ ଅକ୍ଟୋବର ୧୭ରୁ ନଭେମ୍ବର ୨ ଭିତରେ ପଞ୍ଜୀକରଣ କରିବାକୁ କୁହାଯାଇଛି । ନଭେମ୍ବର ୫ରେ ପ୍ରଥମ ପର୍ଯ୍ୟାୟ ସ୍ଥାନ ଆବଣ୍ଟନ କରାଯିବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ସ୍ଥାନ ଆବଣ୍ଟନ ନଭେମ୍ବର ୧୪ରେ ହେବ । ନଭେମ୍ବର ୨୧ରେ ଶେଷ ପର୍ଯ୍ୟନ୍ତ ନାମଲେଖା ରହିଛି । ଛାତ୍ରଛାତ୍ରୀ ଓଜେଇଇ ଵେବସାଇଟ୍ ( www.ojee.nic.in ) କୁ ଲଗଇନ କରି ପଞ୍ଜୀକରଣ କରିପାରିବେ ବିଦ୍ୟାର୍ଥୀ ।