ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନାର୍ଥେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ନାମ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଦ୍ୱୀପପୁଞ୍ଜ ନାମରେ ନାମିତ କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଘୋଷଣା କରିଛନ୍ତି। “ବର୍ଷ ବର୍ଷ ଧରି ଅନେକ ନେତାଙ୍କ ଭାବମୂର୍ତ୍ତିକୁ ହ୍ରାସ କରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ସେମାନଙ୍କୁ ଇତିହାସରେ ଉପଯୁକ୍ତ ସ୍ଥାନ ଦେବା ପାଇଁ। ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନେ ଇତିହାସରେ ସ୍ଥାନ ପାଇବା ଉଚିତ୍ ବୋଲି ଶାହା କହିଛନ୍ତି। ସେଥିପାଇଁ ଆମେ ଏହି ଦ୍ୱୀପକୁ ନେତାଜୀଙ୍କର ନାମରେ ନାମିତ କରିଛୁ ବୋଲି ଶାହା କହିଛନ୍ତି।