ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅଚାନକ ଅସୁସ୍ଥ ହୋଇପଡ଼ିଛନ୍ତି । ୮୮ ବର୍ଷୀୟ ମନମୋହନଙ୍କୁ ଜ୍ଵର ଓ ତଜ୍ଜନିତ ଦୁର୍ବଳତା ଯୋଗୁଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସମ୍ପ୍ରତି ସେ ରାଜ୍ୟସଭା ସଦସ୍ୟ ଅଛନ୍ତି । ମନ୍ମୋହନଙ୍କ ଚିକିତ୍ସା ପାଇଁ ଅଞ୍ଛଳ ଭାରତୀୟ ଆୟୁର୍ବେଦ ସଂସ୍ଥା ( ଏମ୍ସରେ ) ଏକ ଡାକ୍ତରୀ ଦଳର ଗଠନ କରାଯାଇଛି । ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନେତୃତ୍ୱରେ ଏକ ଡାକ୍ତରୀ ଦଳ ମନୁମୋହନଙ୍କ ଚିକିତ୍ସା କରୁଛନ୍ତି । ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ୍ରେ ମନ୍ମୋହନ କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହୋଇଥିଲେ ।