ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଚାର୍ଯ୍ୟ ବିହାର, ନିକ୍କୋ ପାର୍କ ନିକଟସ୍ଥ 9th ଷ୍ଟ୍ରିଟ୍ ମଣ୍ଡପ ରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଡି ଜେ ଡାଣ୍ଡିଆ ନାଇଟ୍ ଆୟୋଜନ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ଏହାକୁ ସିଲ୍ କରାଯାଇଛି। ୧୩ଏବଂ ୧୩ ଅକ୍ଟୋବରରେ ଯୋଜନା ହୋଇଥିବା ଡାଣ୍ଡିଆ ନାଇଟ୍ ପାଇଁ ପ୍ରବେଶ ଟିକେଟ୍ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରତ୍ୟେକ ୬୪୯ଟଙ୍କାରେ ବିକ୍ରି ହୋଇଥିଲା ।
କମିଶନର ବିଏମସି ଶ୍ରୀ ସଞ୍ଜୟ କୁମାର ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଏମସି ଦକ୍ଷିଣ ପୂର୍ବ ଜୋନ୍ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଉକ୍ତ ସ୍ଥାନରେ ପହଞ୍ଚି ଅନିର୍ଦ୍ଦିଷ୍ଟ କାଳ ପାଇଁ ମଣ୍ଡପକୁ ସିଲ୍ କରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ଗାଇଡଲାଇନ ଅନୁଯାୟୀ ରାଜ୍ୟରେ କୌଣସି ପ୍ରକାର ସାମାଜିକ / ସାଂସ୍କୃତିକ / ଧାର୍ମିକ କାର୍ଯ୍ୟକ୍ରମ / କାର୍ଯ୍ୟ ଇତ୍ୟାଦି ଅନୁମତିପ୍ରାପ୍ତ ନୁହେଁ। ତେଣୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଡି ଜେ ଡାଣ୍ଡିଆ ନାଇଟ୍ ଆୟୋଜନ କରିଥିବାରୁ ଏହାକୁ ପ୍ରଶାସନ ତରଫରୁ ସିଲ କରାଯାଇଛି।